ଇଣ୍ଡସ୍ ଆପଷ୍ଟୋର୍ ବିଷୟରେ
ଇଣ୍ଡସ୍ ଆପଷ୍ଟୋର୍ ହେଉଛି ଏକ ସ୍ଵଦେଶୀ ଆପଷ୍ଟୋର୍ ଯାହା ଭାରତୀୟଙ୍କ ପାଇଁ ନିର୍ମିତ, ଏହି ଆପରେ ଏକ ୟୁଜର ଫ୍ରେଣ୍ଡଲି ଡିଜାଇନ ଏବଂ ବ୍ୟବହାର କରିବାକୁ ବିଷୟବସ୍ତୁ ଷ୍ଟ୍ରିମ୍ ରହିଛି; ଯାହା ଆପ୍ ଖୋଜିବା ଏବଂ ବ୍ୟବହାର କରିବାର ପ୍ରକ୍ରିୟାକୁ ସହଜ କରିଥାଏ। ଇଣ୍ଡସ୍ ଆପଷ୍ଟୋର୍ ଏକ ସମ୍ପୂର୍ଣ୍ଣ ସୁରକ୍ଷିତ ଷ୍ଟୋର୍ ଅଟେ, କାରଣ ପ୍ରତ୍ୟେକ ଆପ୍ ଉପଭୋକ୍ତାମାନଙ୍କ ପାଇଁ ଉପଲବ୍ଧ ହେବା ପୂର୍ବରୁ ଆପ୍ ସ୍କାନ୍ ଓ ରିଭ୍ୟୁ ପ୍ରକ୍ରିୟା ଦେଇ ଗତି କରିଥାଏ।
ସମସ୍ତ ଆଣ୍ଡ୍ରଏଡ ଡିଭାଇସରେ ଇଣ୍ଡସ୍ ଆପଷ୍ଟୋର୍ ଉପଲବ୍ଧ ଅଟେ କି?
ବର୍ତ୍ତମାନ, ଇଣ୍ଡସ୍ ଆପଷ୍ଟୋର୍ ସୀମିତ ଡିଭାଇସରେ ଉପଲବ୍ଧ ଅଟେ। ଯଦିଓ, ଆମେ ପ୍ରତିଦିନ ଏହାକୁ ବଢାଇବା ପାଇଁ କାର୍ଯ୍ୟ କରୁଛୁ। ଇଣ୍ଡସ୍ ଆପଷ୍ଟୋରକୁ ସପୋର୍ଟ କରୁଥିବା ଡିଭାଇସ ବିଷୟରେ ଅଧିକ ଜାଣିବାକୁ ଚାହାଁନ୍ତି, ଦୟାକରି ଆମକୁ [email protected] ରେ ଇମେଲ୍ କରନ୍ତୁ, ଏବଂ ଆମେ ଆପଣଙ୍କୁ ଅଧିକ ସୂଚନା ଦେବୁ।
ଏହି ଇଣ୍ଡସ୍ ଆପଷ୍ଟୋର୍ ବ୍ୟବହାର କରିବା ପାଇଁ ମୋତେ ଫୋନପେ ରେ ରେଜିଷ୍ଟର ହୋଇଥିବା ନମ୍ବର ଆବଶ୍ୟକ କି?
ନା, ଇଣ୍ଡସ୍ ଆପଷ୍ଟୋର୍ ବ୍ୟବହାର କରିବା ପାଇଁ ଫୋନପେ ରେ ରେଜିଷ୍ଟର ହୋଇଥିବା ମୋବାଇଲ୍ ନମ୍ବର ଆବଶ୍ୟକ ନାହିଁ । ଆପଣ ଲଗଇନ୍ ପେଜରେ ଯେକୌଣସି ନମ୍ବର ଏଣ୍ଟର କରିପାରିବେ ଏବଂ OTP ସହିତ ଯାଞ୍ଚ କରିପାରିବେ। ଧ୍ୟାନ ଦିଅନ୍ତୁ: ଯେକୌଣସି କ୍ୟାଶ୍ବ୍ୟାକ୍/ପୁରସ୍କାରର ଲାଭ ଉଠାଇବା ପାଇଁ, ଆପଣଙ୍କୁ ଫୋନ୍ ପେ ଆପ୍ ଇନଷ୍ଟଲ କରିବାକୁ ପଡିବ।
ଇଣ୍ଡସ୍ ଆପଷ୍ଟୋରରୁ ଆପ୍ସ ଡାଉନଲୋଡ କରିବା ସୁରକ୍ଷିତ କି?
ହଁ, ଏହା ସମ୍ପୂର୍ଣ୍ଣ ସୁରକ୍ଷିତ। ଡାଉନଲୋଡ ପାଇଁ ଉପଲବ୍ଧ କରାଇବା ପୂର୍ବରୁ, ଇଣ୍ଡସ୍ ଆପଷ୍ଟୋରରେ ଥିବା ପ୍ରତ୍ୟେକ ଆପ୍ ଭଲ ଭାବରେ ସ୍କ୍ରିନ କରାଯାଇଥାଏ ଏବଂ କ୍ଷତିକାରକ କଣ୍ଟେଣ୍ଟ ଓ ସୂଚନାକୁ ଯାଞ୍ଚ କରାଯାଇଥାଏ।
ଯଦି ମୁଁ କୌଣସି ଆପ୍ ଖୋଜିନପାରେ ତେବେ କ’ଣ ହେବ?
ଦୟାକରି ନିଶ୍ଚିତ କରନ୍ତୁ ଯେ ଆପଣ ଆପ୍ ନାମକୁ କିମ୍ବା ସର୍ଚ୍ଚ କିୱାର୍ଡ ସଠିକ୍ ଭାବରେ ଟାଇପ୍ କରିଛନ୍ତି। ଏଥିସହିତ, ଏମିତି ବି ହୋଇଥାଇପାରେ ଡେଭଲପର ଆମ ଷ୍ଟୋରରେ ସେମାନଙ୍କ ଆପ୍ ଅପଲୋଡ କରି ନଥାଇପାରନ୍ତି। ଯଦି ଏପରି ହୋଇଥାଏ, ଆମେ ଯଥାଶୀଘ୍ର ସେମାନଙ୍କୁ ଅନବୋର୍ଡ କରିବାକୁ ଚେଷ୍ଟା କରିବୁ। ଏପରି ପରିସ୍ଥିତିରେ, ଆପଣ ଆପ୍ ବିଷୟରେ ଆମକୁ ଜଣାଇବା ପାଇଁ [email protected] ରେ ମଧ୍ୟ ଯୋଗାଯୋଗ କରିପାରିବେ ଯାହା ଦ୍ୱାରା ଆମେ ଅନବୋର୍ଡିଂ ପ୍ରକ୍ରିୟାକୁ ଶୀଘ୍ର କରିପାରିବୁ। ଆପ୍ ଉପଲବ୍ଧ ଓ ଇନଷ୍ଟଲ ପାଇଁ ପ୍ରସ୍ତୁତ ହେବା ମାତ୍ରେ ଆମେ ଆପଣଙ୍କୁ ଜଣାଇବୁ।
ମୁଁ ଇଣ୍ଡସ୍ ଆପଷ୍ଟୋରରେ ମୋର ଆପ୍ କିପରି ପବ୍ଲିସ କରିବି?
ଆପଣଙ୍କର ଆପ୍ ପବ୍ଲିସ୍ କରିବା ପାଇଁ, ଆପଣଙ୍କୁ ଇଣ୍ଡସ୍ ଆପଷ୍ଟୋର୍ ଡେଭଲପର ପ୍ଲାଟଫର୍ମରେ ରେଜିଷ୍ଟର କରିବାକୁ ପଡିବ। “ଲିଷ୍ଟ ମାଇ ଆପ୍” ଉପରେ କ୍ଲିକ୍ କରନ୍ତୁ, ନିମ୍ନରେ ଥିବା ବିବରଣୀଗୁଡିକୁ ପୂରଣ କରନ୍ତୁ ଏବଂ ଆପ୍ ରିଭ୍ଯୁ ପାଇଁ ସବମିଟ କରନ୍ତୁ: • ଆପ୍ ଡିଟେଲ୍ସ • ଆପ୍ ମେଟାଡେଟା • ଇଣ୍ଡିଆନ ଲାଙ୍ଗୁଏଜ୍ ଲିଷ୍ଟିଂ • ଡେଭଲପର ଇନ୍ଫୋ ଏଣ୍ଡ ଡେଟା ସେପ୍ଟି • ଅପଲୋଡ ଆପ୍ଲିକେସନ ଆପଣଙ୍କର ଆପ୍ ତାଲିକାଭୁକ୍ତ କରିବାର ଷ୍ଟେପ ବିଷୟରେ ଜାଣିବା ପାଇଁ "ଏଠାରେ" କ୍ଲିକ୍ କରନ୍ତୁ।
ଯଦି ମୁଁ ଷ୍ଟୋରରୁ ଆପ୍ ଡାଉନଲୋଡ କରିବାରେ ଅସଫଳ ହୁଏ ତେବେ କ’ଣ କରିବି?
ଏହା ନିମ୍ନଲିଖିତ ଯେକୌଣସି ଏକ କାରଣ ଯୋଗୁଁ ହୋଇଥାଇପାରେ, • ଖରାପ ଇଣ୍ଟରନେଟ କନେକ୍ସନ • କମ ଡିଭାଇସ ଷ୍ଟୋରେଜ • ଆ ପଣଙ୍କ ଡିଭାଇସର OS ଭର୍ସନ ହୁଏତ ଆପକୁ ସପୋର୍ଟ କରିନପାରେ • ଆପ୍ ଆପଣଙ୍କ ଡିଭାଇସ ପାଇଁ କମ୍ପାଟିବଲ୍ ନୁହେଁ। ଦୟାକରି ଉପରୋକ୍ତ ପଏଣ୍ଟଗୁଡିକ ଯାଞ୍ଚ କରନ୍ତୁ ଏବଂ ଆଉଥରେ ଆପ୍ ଡାଉନଲୋଡ କରିବାକୁ ଚେଷ୍ଟା କରନ୍ତୁ। ଆପଣଙ୍କୁ ଯଦି ଅନ୍ୟ କିଛି ସାହାଯ୍ୟ ଆବଶ୍ୟକ, ଦୟାକରି ଆମକୁ [email protected] ରେ ଯୋଗାଯୋଗ କରନ୍ତୁ।
ମୁଁ ଇଣ୍ଡସ୍ ଆପଷ୍ଟୋରରେ ସମସ୍ୟାକୁ କିପରି ରିପୋର୍ଟ କରିବି କିମ୍ବା ଫିଡବ୍ୟାକ ଦେବି?
ଫିଡବ୍ୟାକ ଶେୟାର କରିବାକୁ କିମ୍ବା ଏକ ରିଭ୍ଯୁ ଯୋଡିବାକୁ, ଆପଣ ଇଣ୍ଡସ୍ ଆପଷ୍ଟୋରରେ ଆପ୍ ରିଭ୍ୟୁ ଫିଚର ବ୍ୟବହାର କରିପାରିବେ। ଆବଶ୍ୟକ ସ୍ଥଳେ ଆପଣ ଏକ ରିଭ୍ୟୁକୁ ଅନୁପଯୁକ୍ତ ବୋଲି ମଧ୍ୟ ଚିହ୍ନିତ କରିପାରିବେ। ଆପଷ୍ଟୋର୍ ସମ୍ବନ୍ଧୀୟ ସମସ୍ୟାଗୁଡିକ ପାଇଁ, ଦୟାକରି ଫିଡବ୍ୟାକ ସହ ିତ ଆମକୁ [email protected] ରେ ଇମେଲ୍ କରନ୍ତୁ।
ଉପଲବ୍ଧ ଭାଷା ତାଲିକାରେ ମୁଁ ମୋର ଭାଷା ଦେଖିପାରୁ ନାହିଁ
ବର୍ତ୍ତମାନ ଆପଷ୍ଟୋର୍ କେବଳ ଇଂରାଜୀ ଏବଂ 12ଟି ଭାରତୀୟ ଭାଷାରେ ଉପଲବ୍ଧ। ଭବିଷ୍ୟତରେ ଯଦି ଅତିରିକ୍ତ ଭାଷା ଯୋଗ କରାଯାଏ, ତେବେ ଭାଷା ତାଲିକାରେ ଦେଖାଯିବ। ନିମ୍ନରେ ଉପଲବ୍ଧ ଭାଷାଗୁଡ଼ିକ: - ହିନ୍ଦୀ - ମରାଠୀ - ଗୁଜରାତି - ତେଲୁଗୁ - ତାମିଲ - ପଞ୍ଜାବୀ - ମାଲାୟାଲମ - ଓଡ଼ିଆ - କନ୍ନଡ - ବଙ୍ଗାଳୀ - ଆସାମୀ - ଉର୍ଦ୍ଧୁ
ଅଭିଯୋଗ ନୀତି କ’ଣ?
ଯେତେବେଳେ ଜଣେ ଉପଭୋକ୍ତା ଅନୁଭବ କରନ୍ତି ଯେ ସେମାନଙ୍କର ସମସ୍ୟା L1 ଏବଂ L2 ସ୍ତରରେ ସମାଧାନ ହୋଇନାହିଁ ଏବଂ ସେମାନଙ୍କର ସମସ୍ୟା 10 ଦିନ କିମ୍ବା ତା’ଠାରୁ ଅଧିକ ସମୟ ପର୍ଯ୍ୟନ୍ତ ସମାଧାନ ହୋଇନାହିଁ, ସେମାନେ ଅଭିଯୋଗ କରିପାରିବେ।
ମୁଁ କିପରି ଇଣ୍ଡସ୍ ଆପଷ୍ଟୋର ସପୋର୍ଟ ଟିମ୍ ସହିତ ଯୋଗାଯୋଗ କରିବି?
ଯଦି ଆପଣ ଜଣେ ଡେଭଲପର୍, ଦୟାକରି ଆପଣଙ୍କର ଡେଭଲପର୍ ପୋର୍ଟାଲକୁ ଲଗ୍ଇନ୍ କରନ୍ତୁ ଏବଂ ସମସ୍ୟା ରିପୋର୍ଟ କରିବାକୁ ସ୍କ୍ରିନର ନିମ୍ନ ବାମ କୋଣରେ ଚାଟ୍ ଆଇକନ୍ ଟ୍ୟାପ୍ କରନ୍ତୁ | ଯଦି ଆପଣ ଜଣେ ଗ୍ରାହକ, ଦୟାକରି [email protected] ରେ ଆପଣଙ୍କର ସମସ୍ୟା ରିପୋର୍ଟ କରନ୍ତୁ।